Monday, March 02, 2026

News Image

ଶିକ୍ଷାନୁଷ୍ଠାନରେ ଛାତ୍ର ନିର୍ବାଚନ ଓ ଛାତ୍ର ରାଜନୀତି : ଲୋକତନ୍ତ୍ରର ପ୍ରଥମ ପାଠଶାଳା

By Siksha Sambad | January 21, 2026 | Views: 10

ଶିକ୍ଷାନୁଷ୍ଠାନକୁ ସାଧାରଣତଃ ପାଠପଢ଼ା, ପରୀକ୍ଷା ଓ ଡିଗ୍ରୀ ପାଇବାର ସ୍ଥାନ ଭାବେ ଦେଖାଯାଏ, କିନ୍ତୁ ଏହାର ଆସଲ ଭୂମିକା ହେଉଛି ସଚେତନ ନାଗରିକ, ଦାୟିତ୍ୱଶୀଳ ସମାଜସଦସ୍ୟ ଓ ଭବିଷ୍ୟତ ନେତୃତ୍ୱ ଗଢ଼ିବା । ଏହି ପରିପ୍ରେକ୍ଷିରେ ଛାତ୍ର ନିର୍ବାଚନ ଓ ଛାତ୍ରରାଜନୀତିକୁ ନେଇ ହେଉଥିବା ଆଲୋଚନା ସଦା ଗଭୀର ଓ ସଂବେଦନଶୀଳ । କେହି ଏହାକୁ ଅନୁଶାସନହୀନତା, ହିଂସା ଓ ପାଠପଢ଼ାର ବାଧା ସହିତ ଯୋଡ଼ି ଦେଖୁଥିବାବେଳେ, ଅନ୍ୟମାନେ ଏହାକୁ ଲୋକତନ୍ତ୍ରର ପ୍ରଥମ ପ୍ରୟୋଗଶାଳା ଭାବେ ଦେଖନ୍ତି । ପ୍ରଶ୍ନହେଉଛି—ଶିକ୍ଷାନୁଷ୍ଠାନରେ ଛାତ୍ର ନିର୍ବାଚନ ଆବଶ୍ୟକ କି ଏବଂ ଏହା ଛାତ୍ରଜୀବନ ଓ ଦେଶର ରାଜନୈତିକ ଭବିଷ୍ୟତକୁ କେମିତି ପ୍ରଭାବିତ କରିବ? ଭାରତ ଭଳି ଏକ ଲୋକତାନ୍ତ୍ରିକ ଦେଶରେ ଭୋଟ, ଆଲୋଚନା, ଅସମ୍ମତି ଓ ସଂଗଠନ ହେଉଛି ନାଗରିକ ଜୀବନର ମୂଳ ଆଧାର ।  ଏହି ଗୁଣଗୁଡ଼ିକ ଯଦି ଛାତ୍ରାବସ୍ଥାରୁ ଅଭ୍ୟାସ ନହୁଏ, ତେବେ ପରେ ସେଗୁଡ଼ିକ କେବଳ ସିଦ୍ଧାନ୍ତରେ ସୀମିତ ରହିଯାଏ । ଛାତ୍ର ନିର୍ବାଚନ ଛାତ୍ରମାନଙ୍କୁ ମତଦାନର ମୂଲ୍ୟ, ପ୍ରଚାରର ସୀମା, ବିକ୍ଷ ମତର ସମ୍ମାନ ଓ ନିର୍ବାଚିତ ପଦର ଦାୟିତ୍ୱ ବିଷୟରେ ପ୍ରାୟୋଗିକ ଶିକ୍ଷା ଦିଏ । ଏହି କାରଣରୁ ଛାତ୍ର ରାଜନୀତିକୁ ‘କ୍ଷରବୟରକ୍ସଗ୍ଦଷସକ୍ଟ୍ର କ୍ଷବଭକ୍ଟକ୍ସବଗ୍ଧକ୍ଟକ୍ସଚ୍ଚ’ ବୋଲି କୁହାଯାଏ । ଏହି ପ୍ରସଙ୍ଗରେ ୨୦୦୫ ମସିହାର ଲିଙ୍ଗଡୋହ କମିଟି ରିପୋର୍ଟ ଏକ ମାଇଲସ୍େଟାନ । ସୁ୍ରିମକୋର୍ଟଙ୍କ ନିଦେ୍ର୍ଦଶରେ ଗଠିତ ଏହି କମିଟି ଛାତ୍ର ନିର୍ବାଚନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପକ୍ଷରେ ନଥିଲା, ବରଂ ଏହାକୁ ନିୟମିତ, ସଂଯମୀ ଓ ଶିକ୍ଷାକେନ୍ଦ୍ରିକ କରିବାକୁ ପରାମର୍ଶ ଦେଇଥିଲା । ବୟସ ସୀମା, ଖର୍ଚ୍ଚ ସୀମା, ପୋଷ୍ଟର–ବ୍ୟାନର ନିଷେଧ, ବାହ୍ୟ ରାଜନୀତିକ ଦଳର ହସ୍ତକ୍ଷେପ ବନ୍ଦ—ଏସବୁ ପ୍ରସ୍ତାବ ଛାତ୍ର ନିର୍ବାଚନକୁ ସୁସ୍ଥ ରଖିବା ପାଇଁ ଦିଆଯାଇଥିଲା । ୟୁଜିସି ମଧ୍ୟ ଏହି ଦିଗରେ ସମୟସମୟରେ ମାର୍ଗଦର୍ଶନ ଜାରି କରିଛି । ଭାରତର ରାଜନୈତିକ ଇତିହାସ ଦେଖିଲେ ଛାତ୍ର ରାଜନୀତିର ଭୂମିକା ଅସ୍ୱୀକାର କରିହେବ ନାହିଁ । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଛାତ୍ରାବସ୍ଥାରୁ ଏବିଭିି ସହିତ ଜଡିତ ଥିଲେ ।

ଅରୁଣ ଜେଟ୍ଲି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ସଂଘ ନେତା ଭାବେଜରୁରୀକାଳୀନ ସମୟରେ ଲୋକତନ୍ତ୍ର ପାଇଁ ସଂଘର୍ଷ କରିଥିଲେ ।ଲାଲୁ ପ୍ରସାଦ ଯାଦବ, ରାମବିଲାସ ପାସୱାନ, ସୀତାରାମ ଯେଚୁରୀ—ଏମାନେ ସମସ୍ତେ ଛାତ୍ର ରାଜନୀତିର ଭୂମିକାରୁ ଜାତୀୟ ରାଜନୀତିରେଉଦ୍ଭାସିତ ହୋଇଥିଲେ ।ଜୟପ୍ରକାଶ ନାରାୟଣଙ୍କନେତୃତ୍ୱରେ ହୋଇଥିବାସମ୍ପୂର୍ଣ୍ଣ କ୍ରାନ୍ତିଆନେ୍ଦାଳନରେ ଛାତ୍ରମାନେଯେପରି ଭାବେ ଅଗ୍ରଣୀଭୂମିକା ନେଇଥିଲେ, ତାହାଭାରତୀୟ ଲୋକତନ୍ତ୍ରକୁଏକ ନୂଆ ଦିଗଦେଇଥିଲା ।ଓଡ଼ିଶା ପରିପ୍ରେକ୍ଷିରେ ମଧ୍ୟଛାତ୍ର ରାଜନୀତି ଏକଶକ୍ତିଶାଳୀ ନେତୃତ୍ୱ ନର୍ସରୀ ଭାବେ କାମ କରିଛି । ଉତ୍କଳବିଶ୍ୱବିଦ୍ୟାଳୟ, ରାଭେନ୍?ସା ବିଶ୍ୱବିଦ୍ୟାଳୟ, ଫକିର ମୋହନବିଶ୍ୱବିଦ୍ୟାଳୟ ପରି ସଂସ୍ଥାର ଛାତ୍ର ସଂଘ ରାଜ୍ୟର ଅନେକପରିଚିତ ରାଜନେତାଙ୍କୁ ଗଢ଼ିଛି । ଛାତ୍ର ଜୀବନରେ ଶିଖାଯାଇଥିବାସଂଗଠନ କ୍ଷମତା, ମଞ୍ଚ ଭାଷଣ ଓ ସାଧାରଣ ଛାତ୍ରଙ୍କ ସମସ୍ୟାସମାଧାନର ଅଭ୍ୟାସ ପରେ ବିଧାନସଭା ଓ ସଂସଦରେ ପ୍ରତିଫଳିତହୋଇଛି ।ତଥାପି ଏହା ମଧ୍ୟ ସତ୍ୟ ଯେ ଛାତ୍ର ରାଜନୀତି ସହିତ କିଛିଗଭୀର ସମସ୍ୟା ଜଡ଼ିତ । ଦଳୀୟ ହସ୍ତକ୍ଷେପ, ହିଂସା, ମାଦକ ଓଟଙ୍କାର ପ୍ରଭାବ, ଶିକ୍ଷାର ପରିବେଶ ନଷ୍ଟ ହେବା—ଏହି ସବୁଅଭିଯୋଗ ଅନେକ ସମୟରେ ଠିକ୍ ମଧ୍ୟ । କିନ୍ତୁ ଏହାରସମାଧାନ ଛାତ୍ର ନିର୍ବାଚନକୁ ସମ୍ପୂର୍ଣ୍ଣ ବନ୍ଦ କରିବାରେ ନୁହେଁ,ବରଂ ତାହାକୁ ସୁଧାରିବାରେ ଅଛି । ଲିଙ୍ଗଡୋହ କମିଟି ରିପୋର୍ଟରସଠିକ୍ କାର୍ଯ୍ୟାନ୍ୱୟନ, ଶିକ୍ଷାନୁଷ୍ଠାନ ପ୍ରଶାସନର ସକ୍ରିୟ ନିରୀକ୍ଷଣଓ ଛାତ୍ରମାନଙ୍କ ମଧ୍ୟରେ ନୀତିମୂଳକ ରାଜନୀତିର ପ୍ରଚାର ହେଉଛିଏହାର ମୁଖ୍ୟ ଉପାୟ ।ସାରକଥା, ଛାତ୍ର ନିର୍ବାଚନ ଓ ଛାତ୍ର ରାଜନୀତିକୁ ନେଇ ଭୟନୁହେଁ, ସୁଧାରମୂଳକ ଦୃଷ୍ଟିକୋଣ ଆବଶ୍ୟକ । ଆଜିର ଛାତ୍ରଯଦି ନୀତି, ଶାସ୍ତ ଓ ଦାୟିତ୍ୱ ସହିତ ରାଜନୀତି ଶିଖେ, ତେବେଆସନ୍ତା କାଲିର ଓଡ଼ିଶା ଓ ଭାରତ ନିଶ୍ଚୟ ଭଲ ନେତୃତ୍ୱ ପାଇବ ।ଶିକ୍ଷାନୁଷ୍ଠାନ ଯଦି ଲୋକତନ୍ତ୍ରର ପ୍ରଥମ ପାଠଶାଳା, ତେବେ ଛାତ୍ରନିର୍ବାଚନ ତାହାର ପ୍ରଥମ ପରୀକ୍ଷା ।