ଷ୍ଟାର୍ଟଅପ୍ ଇଣ୍ଡିଆକୁ ୧୦ ବର୍ଷ ଭାରତର ଷ୍ଟାର୍ଟଅପ୍ ବି୍ଳବକୁ ଗତିଶୀଳ କରିଛି ଅନୁାଳନ ସଂସ୍କାର
By Siksha Sambad | January 25, 2026 | Views: 6
ଗତ ଦଶ ବର୍ଷ ଧରି ଷ୍ଟାର୍ଟଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଭାରତରେ ଦୃଢ଼ ଉଦ୍ୟୋଗ ଇକୋସିଷ୍ଟମ ବିକଶିତ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି । ଭାରତରେ ବର୍ତ୍ତମାନ ବିଶ୍ୱର ତୃତୀୟ ସର୍ବବୃହତ ଇକୋସିଷ୍ଟମ ରହିଛି ଯାହା ବାର୍ଷିକ ୧୨-୧୫% ହାରରେ ଅଭିବୃଦ୍ଧି ହାସଲ କରୁଛି । ୨୦୧୪ରେ ଦେଶରେ ମାତ୍ର ୩୫୦ଟି ଡିପିଆଇଆଇଟି ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍ ଥିବା ବେଳେ ଆଜି ଏଗୁଡ଼ିକର ସଂଖ୍ୟା ୨.୦୯ ଲକ୍ଷରେ ପହଞ୍ଚିଛି । ଯଦି ଗୋଟିଏ ଷ୍ଟାର୍ଟଅପ୍ ହାରାହାରୀ ୧୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି ବୋଲି ଧରାଯାଏ ତେବେ ୨୦୧୪ରେ ୪,୯୦୦ ଏବଂ ଏବେ ଏସବୁ ୨୧ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି । ଏଗୁଡ଼ିକ ଏବେ ନିଯୁକ୍ତି ଓ ଆର୍ଥôକ ବିକାଶର ପ୍ରମୁଖ ଉତ୍ସ ପାଲଟିଛନ୍ତି । ମୋଦୀ ସରକାର ଅନୁ ।ଳନ ବୋଝ ହ୍ରାସ କରିବା କ୍ଷେତ୍ରରେ ଯୁଗାନ୍ତକାରୀ ସଂସ୍କାର ଆଣିଛନ୍ତି । ୪୭,୦୦୦ରୁ ଅଧିକ ଅନୁପାଳନ ଉଚ୍ଛେଦ କରାଯାଇଥିବା ବେଳେ ୪,୪୫୮ରୁ ଅଧିକ ଆଇନଗତ ବ୍ୟବସ୍ଥାର ନିରପରାଧୀକରଣ ହୋଇଛି । ୨୦୧୬ରେ ୬୪ରୁ ଅଧିକ ନିୟାମକ ସଂସ୍କାର ଆରମ୍ଭ କରିଥିଲା ଯାହା ବ୍ୟବସାୟିକ ସୁଗମତା ବଢ଼ାଇବା ସହିତ ସହଜ ପୁଞ୍ଜି ସୃଷ୍ଟିକୁ ସକ୍ଷମ କରିଛି ଏବଂ ନିୟାମକ ବ୍ୟବସ୍ଥାକୁ କୋହଳ କରିଛି । ୩ରୁ ୫ ବର୍ଷ ମଧ୍ୟରେ ୯ଟି ଶ୍ରମ ଆଇନ ଏବଂ ୩ଟି ପରିବେଶ ଆଇନର ସ୍ୱ-ଅନୁପାଳନ ଲାଗି ଷ୍ଟାର୍ଟଅପଗୁଡ଼ିକୁ ଅନୁମତି ଦିଆଯାଇଛି । ଷ୍ଟାର୍ଟଅପ୍ ଅନୁମୋଦନ ଓ ମାନ୍ୟତା ପ୍ରକ୍ରିୟାକୁ ଷ୍ଟାର୍ଟଅପ୍ ଇଣ୍ଡିଆ ପୋର୍ଟାଲ ଏବଂ ଜାତୀୟ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଜରିଆରେ ସମ୍ପୂର୍ଣ୍ଣ ଡିଜିଟାଲ କରାଯାଇଛି ।
ଡିପିଆଇଆଇଟି ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପଗୁଡ଼ିକୁ ଧାରା ୮୦-ଆଇଏସି ଅଧୀନରେ ୧୦୦% ଆୟକର ଛାଡ଼ କରାଯାଇଛି । ପୂର୍ବରୁ ବଜାରର ଦରର ପ୍ରାୟ ୩୧% ଏଞ୍ଜେଲ୍ ଟିକସ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ବିଳମ୍ବିତ ପ୍ରକ୍ରିୟା ପରିବର୍ତ୍ତେ ଷ୍ଟାର୍ଟଅପ୍ଗୁଡ଼ିକ ଏବେ ୯୦ ଦିନ ମଧ୍ୟରେ ବ୍ୟବସାୟ ବନ୍ଦ ସମ୍ପୂର୍ଣ୍ଣ କରିାରିବେ । ସରକାରୀ କ୍ରୟ ଲାଗି ପୂର୍ବ କାରବାର ଏବଂ ପ୍ରାକ୍ ଅଭିଜ୍ଞତା ଆବଶ୍ୟକତାକୁ ଉଚ୍ଛେଦ କରାଯାଇଛି, ଫଳରେ ଷ୍ଟାର୍ଟଅପ୍ଗୁଡ଼ିକ ସରକାରୀ କ୍ରୟ ପ୍ରକ୍ରିୟାରେ ଭାଗ ନେଇପାରୁଛନ୍ତି । ଡିପିଆଇଆଇଟି ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପଗୁଡ଼ିକୁ ସରକାରୀ ଟେଣ୍ଡରରେ ଭାଗ ନେବା ପାଇଁ ଇଏମଡି ଅର୍ଥ ଛାଡ଼ କରାଯାଇଛି । ଷ୍ଟାର୍ଟଅପଗୁଡ଼ିକୁ ପେଟେଣ୍ଟ ଦାଖଲରେ ୮୦% ଏବଂ ଟ୍ରେଡମାର୍କ ଦାଖଲରେ ୫୦% ରିହାତି ପ୍ରଦାନ କରାଯାଇଛି । କ୍ଷୁଦ୍ର କମ୍ପାନୀ ମାନ୍ୟତାରେ ସଂଶୋଧନ କରାଯାଇଛି ପେଡ୍ ଅପ୍ ସୀମାକୁ ୧୦ କୋଟି ଟଙ୍କା ଏବଂ କାରବାର ସୀମାକୁ ୧୦୦ କୋଟି ଟଙ୍କା କରି ଦିଆଯାଇଛି । ଫଳରେ ଅଧିକ ସଂଖ୍ୟାରେ ଷ୍ଟାର୍ଟଅପ୍ ସରଳ ଅନୁାଳନ ନିୟମ ଅଧୀନକୁ ଆସି ।ରିଛନ୍ତି । ଯୋଗ୍ୟ ଷ୍ଟାର୍ଟଅପ୍ ଦ୍ୱାରା ସ୍ୱୀକୃତିପ୍ରାପ୍ତ ନିବେଶକ, ଏଆଇଏଫ, ଅଣ-ନିବାସୀ ଏବଂ ବଡ଼ ତାଲିକାଭୁକ୍ତ କମ୍ପାନୀଗୁଡ଼ିକରୁ ପ୍ରାପ୍ତ ନିବେଶଗୁଡ଼ିକୁ ଧାରା ୫୬ ଅନୁଯାୟୀ ୨୫ କୋଟି ଟଙ୍କାର ମୋଟ ସୀମା ପର୍ଯ୍ୟନ୍ତ ସେୟାର ପ୍ରିମିୟମ୍ କରରୁ ମୁକ୍ତ କରାଯାଇଛି । ଗତ ଦଶ ବର୍ଷ ମଧ୍ୟରେ, ଷ୍ଟାର୍ଟଅପ୍ ଇଣ୍ଡିଆ ଉଦ୍ୟୋଗରେ ସରକାରଙ୍କ ଭୂମିକାକୁ ନିୟମ ପ୍ରଣୟନକାରୀରୁ ପ୍ରୋତ୍ସାହନକାରୀରେ ପରିଣତ କରିଛି । ଅନୁ ।ଳନ ହ୍ରାସ କରି, ଭୟ କମାଇ ଏବଂ କର ବ୍ୟବସ୍ଥାକୁ ସରଳ କରି, ମୋଦୀ ସରକାର ଷ୍ଟାର୍ଟଅପ୍ଗୁଡ଼ିକୁ ଉଦ୍ଭାବନ, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ସକ୍ଷମ କରିଛନ୍ତି । ଷ୍ଟାର୍ଟଅପ୍ ଇଣ୍ଡିଆ ଆଜି ସ୍ୱାଧୀନ ଭାରତରେ ସବୁଠାରୁ ପ୍ରଭାବଶାଳୀ ଶାସନ ସଂସ୍କାର ମଧ୍ୟରୁ ଅନ୍ୟତମ ରୂପେ ଦଣ୍ଡାୟମାନ, ଯାହା ଉଦ୍ୟୋଗୀମାନଙ୍କୁ ଭାରତର ଆର୍ଥôକ ଭବିଷ୍ୟତର କେନ୍ଦ୍ରରେ ରଖିଛି ।
ଶିକ୍ଷାନୁଷ୍ଠାନରେ ଛାତ୍ର ନିର୍ବାଚନ ଓ ଛାତ୍ର ରାଜନୀତି : ଲୋକତନ୍ତ୍ରର ପ୍ରଥମ ପାଠଶାଳା
January 25, 2026Facebook-parent Meta realises AI characters can be 'dangerous' for kids, bans
January 25, 2026ଭିଜନ ଡକୁମେଣ୍ଟ : ଓଡ଼ିଆଙ୍କ ସ୍ୱପ୍ନର ଏକ ରୋଡ଼ମ୍ୟାପ
January 25, 2026ନୌକା ନାୟିକା
January 25, 2026Mann Ki Baat: Indian products must be synonymous with top quality, says PM Modi
January 25, 2026ଆମ୍ବଡିହା ଦୁଇ ବିଦ୍ୟାଳୟର ବାର୍ଷିକ ଉତ୍ସବ-୨୦୨୬ ଅନୁଷ୍ଠିତ
January 25, 2026