ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ ଖାଦ୍ୟମେଳାପାଳିତ
By Siksha Sambad | January 25, 2026 | Views: 11
ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ "ଖାଦ୍ୟମେଳା" ଅତ୍ୟନ୍ତ ଉତ୍ସାହରସହିତ ପାଳିତ ହୋଇଛି । ଏଥିରେ ମହାବିଦ୍ୟାଳୟର +୨ ଶ୍ରେଣୀ ଠାରୁ ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀ ମାନେ ଭାଗ ନେଇଥିଲେ । ପ୍ରାୟ ୩୫ ଟି ଷ୍ଟଲ୍ ର ଆୟୋଜନ ହୋଇଥିଲା । ପ୍ରାୟ ୩୫ ଟି ଷ୍ଟଲ୍ ରେ ୨୦୦ ଜଣ ଛାତ୍ରୀ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଭାରତୀୟ, ଚାଇନିଜ୍ ଏବଂ ବୈଦିଶିକ ଖାଦ୍ୟ ଏବଂ ପାନୀୟ ପ୍ରସ୍ତୁତି କରାଯାଇ ପରିବେଷଣ କରାଯାଇଥିଲା । ଏହି ମେଳାରେ ପ୍ରସ୍ତୁତି ଖାଦ୍ୟକୁ ମହାବିଦ୍ୟାଳୟର ଛାତ୍ରୀ, ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ମାନେ ଆନନ୍ଦର ସହିତ ସେବନ କରି ଏହାର ମନ ଭରି ମଜା ନେଇଥିଲେ, ଏହି ମେଳାକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ସ୍ମିତା ସାହୁ ଉଦଘାଟନ କରିଥିଲେ ଏବଂ ଅଧ୍ୟାପିକା ଡକ୍ଟର ସୁଚିତା ହିମାଦ୍ରି ତନୟା ଏହି କର୍ଯ୍ୟକମର ମୁଖ୍ୟ ସଂଯୋଯିକା ଭାବରେ ପ୍ରାୟ ଏକ ସପ୍ତାହ ସମୟ ଦେଇ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ - ପ୍ରଦ ଖାଦ୍ୟ ପ୍ରସ୍ତୁତି କରିବା ପାଇଁ ପିଲମାନଙ୍କୁ ପ୍ରେରଣା ଦେଇଥିଲେ । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟରେ ପ୍ରଥମ ଥର ପାଇଁ ଅଧ୍ୟକ୍ଷାଙ୍କ ମାର୍ଗ ଦର୍ଶନରେ ଆୟୋଜନ କରାଯାଇଥିଲା । ଏହି ଭଳି ମେଳା ଦ୍ୱାରା ଛାତ୍ରୀ ମାନଙ୍କ ଭିତରେ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି କରିବା ପାଇଁ ମନୋଭାବ ସୃଷ୍ଟି କରିଥାଏ ।
ଶିକ୍ଷାନୁଷ୍ଠାନରେ ଛାତ୍ର ନିର୍ବାଚନ ଓ ଛାତ୍ର ରାଜନୀତି : ଲୋକତନ୍ତ୍ରର ପ୍ରଥମ ପାଠଶାଳା
January 25, 2026Facebook-parent Meta realises AI characters can be 'dangerous' for kids, bans
January 25, 2026ଭିଜନ ଡକୁମେଣ୍ଟ : ଓଡ଼ିଆଙ୍କ ସ୍ୱପ୍ନର ଏକ ରୋଡ଼ମ୍ୟାପ
January 25, 2026ନୌକା ନାୟିକା
January 25, 2026ଆମ୍ବଡିହା ଦୁଇ ବିଦ୍ୟାଳୟର ବାର୍ଷିକ ଉତ୍ସବ-୨୦୨୬ ଅନୁଷ୍ଠିତ
January 25, 2026Mann Ki Baat: Indian products must be synonymous with top quality, says PM Modi
January 25, 2026