Monday, March 02, 2026

News Image

ନୌକା ନାୟିକା

By Professor Dr. Tushar Kanti Das | January 25, 2026 | Views: 13

ନା, ନା, ନା ପ୍ରଭୁ ନା ମୋ ନୌକାରେ ଆପଣ ପାଦ ରଖନ୍ତୁନି । ମୁଁ ଅଧମ, ଅକି•ନ ଆପଣଙ୍କୁ ମୋ ନୌକାରେ ପାଦ ରଖିବାକୁ ବାରଣ କରୁଥିବାରୁ ମତେ କ୍ଷମା କରିଦିଅନ୍ତୁ ପ୍ରଭୁ । ପ୍ରଥମେ ଆପଣଙ୍କ ପଦଯୁଗଳକୁ ନଦୀ ଜଳରେ ଧୋଇ ଦେବି ତାପରେ ଆପଣ ନୌକାରେ ଆସନ ଗ୍ରହଣ କରିବେ । ତ୍ରେତୟା ଯୁଗର କଥା ପ୍ରଭୁ ଶ୍ରୀରାମ, ମହର୍ଷି ବିଶ୍ୱାମିତ୍ର ଓ ପ୍ରଭୁ ଲକ୍ଷ୍ମଣଙ୍କ ସହ ମିଥିଳା ଯାତ୍ରା କଲାବେଳେ ଖଇରା ନଦୀ ପାରହେବା ପାଇଁ କହିବାରୁ ତାଙ୍କୁ ବାରଣ କରିବାର କାରଣ ପ·ରନ୍ତେ ନାଉରୀ ପ୍ରଭୁ ଶ୍ରୀରାମଙ୍କ ଚରଣ ସ୍ପର୍ଶ ପୂର୍ବକ ପ୍ରଣାମ କରି ଖଇରା ନଦୀ ଜଳରେ ପ୍ରଭୁ ଶ୍ରୀରାମଙ୍କ ପଦଯୁଗଳ ଧୌତ କରୁକରୁ କହିଲା “ପ୍ରଭୁ ଆପଣଙ୍କ ପଦଧୂଳି ପାଇ ପଥର, ନାରୀ ପାଲଟିଗଲା । ମୋର ତ ଘରେ ସ୍ତ୍ରୀ ଅଛି ମୋ ନୌକା ଯଦି ଆପଣଙ୍କ ଚରଣ ଧୂଳି ପାଇ ନାୟିକା ହୋଇଯିବ, ତେବେ ମୋ ସଂସାର ଭେଳା ବୁଡ଼ିଯିବ ପ୍ରଭୁ” ।

ପ୍ରଭୁ ଶ୍ରୀରାମଙ୍କର ମନେ ପଡ଼ିଲା ଋଷି ଗୌତମ ଓ ଋଷି ନôୀ ଅହଲ୍ୟାଙ୍କ କଥା । ସୃଷ୍ଟିକ•ର୍ା ବ୍ରହ୍ମାଙ୍କର ମାନସ ସନ୍ତାନ ଅନିନ୍ଦ୍ୟ ସୁନ୍ଦରୀ ଅହଲ୍ୟାଙ୍କ ଅସାମାନ୍ୟା ରୂରେ ବିମୋହିତ ହୋଇ ଦେବରାଜ ଇନ୍ଦ୍ର ତାଙ୍କୁ ବିବାହ କରିବାକୁ ·ହିଁଥିଲେ କିନ୍ତୁ ଇନ୍ଦ୍ର ଅହଲ୍ୟାଙ୍କ ଯୋଗ୍ୟ ନୁହେଁ କହି ବ୍ରହ୍ମା ଋଷି ଗୌତମଙ୍କ ସହ ଅହଲ୍ୟାଙ୍କ ବିବାହ କରାଇଥିଲେ । ନିନ୍ଦିତ, ଲଜ୍ଜିତ ଇନ୍ଦ୍ର ଉପାୟ ଖୋଜୁଥିଲେ । କାମୁକ ଦେବରାଜ କାମନା, ବାସନାରେ ମଜ୍ଜି ଛଦ୍ମବେଶୀ ଗୌତମ ଋଷି ସାଜି ଋଷିଙ୍କ ଅନୁପସ୍ଥିତିରେ ଅହଲ୍ୟାଙ୍କ ସହ ଶାରୀରିକ ସମ୍ଭୋଗ କରି ଋଷି ଗୌତମଙ୍କ ଦ୍ୱାରା ଶାପଗ୍ରସ୍ତ ହୋଇଥିଲେ । ଦେବରାଜ ଇନ୍ଦ୍ରଙ୍କ ସମଗ୍ର ଶରୀର ସହସ୍ର ଜୋନିରେ ଭରିଯାଇଥିଲା ଓ ଅହଲ୍ୟା ପଥର ପାଲଟି ଯାଇଥିଲେ । ବିନା ଦୋଷରେ ଦଣ୍ଡିତ ହୋଇଥିବାରୁ ମହର୍ଷି ଗୌତମ ଅହଲ୍ୟାଙ୍କୁ କହିଥିଲେ “ଯେତେବେଳେ ସ୍ୱୟଂ ପରଂବ୍ରହ୍ମ ଶ୍ରୀରାମ ଅବତାରରେ ଏ ଆଶ୍ରମରେ ପଦାର୍ପଣ କରିବେ ତାଙ୍କ ପାଦଧୂଳି ପଥର ଉପରେ ପଡ଼ିଲେ ତୁମେ ପୁନର୍ବାର ଆନିନ୍ଦ୍ୟ ସୁନ୍ଦରୀ ଅହଲ୍ୟା ପାଲଟିଯିବ” । ନାଉରୀ କହିଲା “ଯଦି ପ୍ରଭୁ ଶ୍ରୀରାମଙ୍କ ପଦଧୂଳି ସ୍ପର୍ଶରେ ପଥର ନାରୀ ପାଲଟି ଯାଉଛି ତେବେ ସେହି ଧୂଳି ସ୍ପର୍ଶରେ ମୋ ନୌକା ବି ନାୟିକା ପାଲିଟ ଗଲେ ମୋ ସଂସାର ଭାସିଯିବ ପ୍ରଭୁ । ସେଥିାଇଁ ଆପଣଙ୍କ ପଦଯୁଗଳ ଧୋଇ ସମସ୍ତ ପଦଧୂଳି ଅପସାରଣ କରି ଆପଣଙ୍କୁ ନୌକାରେ ବସାଇଥିଲି” ।

ଏ କଳିଯୁଗରେ କିନ୍ତୁ ବିନା ପ୍ରଭୁ ଶ୍ରୀରାମଙ୍କ ଚରଣ ଧୂଳି ସ୍ପର୍ଶରେ ନୌକା ନାୟିକା ପଦବାଚ୍ୟ ଏଥିପାଇଁ ଅନାବୃ•, ଅନାବିଳ, କୃଷ୍ଣାମ୍ବରୀ ନୌକା ନାଉରୀ ପ୍ରେମିକା । ଯାତ୍ରା ଶେଷରେ ରାକା ରାତି୍ରର ଜ୍ୟୋକ୍ଟରା ବିଧୌତ ଝଲ୍ସା ଜଳ ରାଶିର ନଈକୂଳରେ ଖୁ•ିବନ୍ଧା ଜୀବନ ତାର । ପ୍ରତୀକ୍ଷା ପ୍ରେମିକ ନାଉରୀ ପାଇଁ । ଏମିତି କାଳକାଳକୁ ଯାତ୍ରା ଶେଷରେ କୁଳରେ ବନ୍ଧା ହୋଇ ନାୟିକା ସାଜି ରହିଥାଏ ନାଉରୀ ପାଇଁ । ଦୀର୍ଘଥର ଜଳାଯାତ୍ରାରେ ନୌକା ଘରଣୀ ସାଜି କାଳ, ଅକାଳ, ସବୁକାଳ ନାଉରୀକୁ ରକ୍ଷା କରେ । ତା ଭଲ ମନ୍ଦରେ ସାହା ହୁଏ । ଯାତ୍ରା ଶେଷରେ କ୍ଲାନ୍ତ ନାଉରୀ ନୌକା ଦେହରେ ତା ଦେହ ମେଲେଇ ଦେଲେ ମୃଦୁ ମଳୟ ବୁହାଇ ନୌକା ନାଉରୀର କ୍ଲାନ୍ତି ଉପଶମ କରେ । ଦାନ, ପ୍ରତିଦାନର ଏ ଦିଆନିଆ, ନାୟିକା ସାଜି ନୌକା ନାଉରୀ ପାଇଁ ଯୁଗଯୁଗକୁ ସାଇତି ରଖିଥାଏ । ନାଉରୀ ନୌକାଙ୍କ ଏ ସାନ୍ନିଧ୍ୟ ପ୍ରୀତି ସମ୍ଭାଷଣର ଏକ ଜ୍ୱଳନ୍ତ ନିଦର୍ଶନ । ଦାନ ପ୍ରତିଦାନର ଏ ଦୁନିଆରେ ନାଉରୀ ବି ଖୁବ୍ ସ୍ନେହ ଆଦରରେ ନୌକାର ଯନô ନିଏ । ଅହୋରାତ୍ର ଅହରହ ପାଣି ପବନ ଖାଇ ବେରଙ୍ଗି ନୌକା ବିଗତ ଯୌବନା ସାଜି କ୍ଷତବିକ୍ଷତ ହେଲେ ତୁରନ୍ତ ଏହାର ଉପ·ର କରି ନୂଆରଙ୍ଗ ମାଖିଦିଏ । ନାଉରୀ, ନୌକାଙ୍କ ସମ୍ପର୍କ କୌଣସି ପ୍ରେମିକ, ପ୍ରେମିକାଙ୍କ ପ୍ରେମ କାହାଣୀ ଠୁ କମ୍ ନୁହେଁ ।

ଭାରତୀୟ ସାହିତ୍ୟ ଏପରିକି ବିଶ୍ୱ ସାହିତ୍ୟରେ ମଧ୍ୟ ନୌକାକୁ ନାୟିକାର ମାନ୍ୟତା ଦିଆଯାଇଛି । ମହର୍ଷି ବାଲ୍ମିକୀ ରାମାୟରରେ ନୌକାକୁ ନାୟିକା ଭାବେ ବର୍ଣ୍ଣନା କରାଯାଇଛି । ମହାନ୍ ସ୍ୱାଧୀନତା ସଂଗ୍ରାମୀ ଓ ପ୍ରଖ୍ୟାତ କବି ସରୋଜିନୀ ନାଇଡୁଙ୍କ ଇଂରାଜୀ କବିତା “କରମଣ୍ଡଳ ଫିସରସ୍”ରେ ନୌକାକୁ ନାୟିକାର ଆଖ୍ୟା ଦିଆଯାଇ ସମୁଦ୍ରକୁ ମା’ ଓ ସମୁଦ୍ର ଉପର ବାଦଲକୁ ଭାଇ ଭାବେ ବର୍ଣ୍ଣନା କରାଯାଇଛି । ଅନ୍ୟ ଏକ ଭାରତୀୟ, ଶଶିଦେଶପାଣ୍ଡେ ନୌକାକୁ ନାରୀର ମାନ୍ୟତା ଦେଇଥିଲା ବେଳେ ବିଶ୍ୱ ୍ରସିଦ୍ଧ ଆବିଷ୍କାରକ କି୍ରଷ୍ଟୋଫର୍ କଲମ୍ବସ୍ ତାଙ୍କ ଆବିଷ୍କାରୀ ଜାହାଜର ନାଁ “ସା•ାମାରିଆ” ରଖିଥିଲେ ଯାହାକି ଭର୍ଜିନ୍ ମ୍ୟାରୀରୁ ଉଦ୍ଧୃତ । ସୁତରାଂ ଯଥାର୍ଥରେ କହିାରିବା ନୌକା ହିଁ ନାଉରୀର ନାୟିକା । କନକବଟ, ଷାସ୍ୱତ ଶାଶ୍ୱତ ବିହାର ଶୈଳଶ୍ରୀ ବିହାର, ଭୁବନେଶ୍ୱର- ୭୫୧୦୨୧ ମୋ : ୯୪୩୭୧୩୩୫୩୭